ମମତା'ର ପ୍ରୀତି - ସୁଶାନ୍ତ ଦେହୁରୀ



ଭରସା ରଜ୍ଜୁ ରେ ବନ୍ଧା ହୁଏ

ମା' ମମତା ର ପ୍ରୀତି,

କୋଳେ ଧରି ଯେଉଁ ଶଙ୍ଖାଳି କରେ

ନ ହେଉ ଅବନତି।


ପିତାଙ୍କ ଭୂମିକା ସର୍ବ ଉଚ୍ଚ ସିନା

ପୂଜ୍ୟ ବଳିଷ୍ଠ ଦେବ,

ବିଶାଳ ଦ୍ରୁମେ ଛିଡା ଭ୍ରାତା ସିନା

ରଖି ସ୍ୱୟଂ ଭ୍ରାତୃ ଭାବ।


ରକ୍ଷା କବଚ କରେ ବାନ୍ଧଇ ଭଗିନୀ

ପ୍ରିତୀ ମଧୁର ଚିତ୍ତେ,

ଗୁରୁଜୀ ଅଟନ୍ତି ସତ୍ କରମ ପଥ

ବୋଲି ସୁଭାଷ ର ହିତେ।


ପ୍ରିୟ ସହଚର ବୁଝଇ ହୃଦ ବେଦନା

ସଦା ଭବେ ସମଭାଗୀ,

ସ୍ୱୟଂ ପତ୍ନୀ ଜାଣେ ଅର୍ଦ୍ଧାଙ୍ଗିନୀ ହେଇ

ମର୍ମ ବେଳ ର ଅନୁରାଗୀ।


ଭ୍ରମର ବୁଝଇ କୁସୁମ ର ପ୍ରିତୀ

ପୁଷ୍ପ ର ଥାଏ ଜ୍ଞାନ,

ପଞ୍ଜୁରୀ ରେ ଶାରୀ ଧରା ବନ୍ଧା ପଡି

କରୁଥାଏ ଗୁଞ୍ଜରଣ।


      ସୁଶାନ୍ତ ଦେହୁରୀ, ରବ, ବାଂଶପାଳ

       କେନ୍ଦୁଝର,୮୨୬୦୦୪୧୩୧୫

Post a Comment

0 Comments